୨୪ ଜୁଲାଇରେ ସୃଷ୍ଟି ହେବ ବଡ଼ ଲଘୁଚାପ

ପ୍ରିଜମ୍ ନ୍ୟୁଜ: ଯାଇନି ବର୍ଷା ଟେନସନ୍ । ଆହୁରି ବର୍ଷିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଜୁଲାଇରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି

ଏହାର ପ୍ରଭାବରେ ସାରା ରାଜ୍ୟରେ ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମଙ୍ଗଳବାର ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଜଳବନ୍ଦୀ ହୋଇଥିଲା ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏବଂ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି।