Blog
ମୋଦିଙ୍କ ପାଇଁ ପାକିସ୍ତାନରୁ ରାକ୍ଷୀ
ପର୍ବପର୍ବାଣୀର ଦେଶ ଭାରତ । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ସ୍ନେହ, ବିଶ୍ୱାସ ଓ ଭଲପାଇବାର ଏହି ପର୍ବରେ ପ୍ରତିଟି ଭାଇଙ୍କ ହାତରେ ଶୋଭା ପାଉଛି ଭଉଣୀ ହାତର ରାକ୍ଷୀ । ରାକ୍ଷୀ ବାନ୍ଧି ଭଉଣୀ ଭାଇର ଦୀର୍ଘାୟୁ କାମନା କରୁଥିବା ବେଳେ, ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଉଛି ଭାଇ ।କିନ୍ତୁ ଆଜି ଆମେ ଯେଉଁ ଭାଇ-ଭଉଣୀଙ୍କ କଥା କହିବାକୁ ଯାଉଛୁ, ସେ ସମ୍ପର୍କ ଟିକେ ନିଆରା । ନା ରକ୍ତର ସମ୍ପର୍କ, ନା ପରିବାରର ବନ୍ଧନ । ତଥାପି ଦୀର୍ଘ ୩୧ ବର୍ଷ ହେଲା ପ୍ରତି ରାଖି ପୂର୍ଣ୍ଣିମାରେ ଭାଇଙ୍କୁ ରାକ୍ଷୀ ପଠାଇ ଆସୁଛନ୍ତି ଜଣେ ଭଉଣୀ । ଆଉ ସେହି ଭାଇ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ନିଆରା ଭଉଣୀ ହେଉଛନ୍ତି କମର ଜାହାଁ । ଜନ୍ମ ପାକିସ୍ତାନର କରାଚୀରେ । କିନ୍ତୁ ବିବାହ ପରେ ଭାରତରେ ରହୁଛନ୍ତି । ଆଉ ଦୀର୍ଘ ବର୍ଷ ଧରି ପ୍ରତି ରାଖି ପୂର୍ଣ୍ଣିମାରେ ସେ ରାକ୍ଷୀ ପଠାଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖକୁ ।କୁହାଯାଏ, ଏହି ସମ୍ପର୍କ ଆରମ୍ଭ ହୋଇଥିଲା ମୋଦୀ ଗୁଜରାଟରେ ବିଜେପିର ଜଣେ ନେତା ଥିବା ସମୟରେ । ସେତେବେଳେ କମର ଜାହାଁ ତାଙ୍କୁ ଭାଇ ବୋଲି ମାନି ରାକ୍ଷୀ ବାନ୍ଧିଥିଲେ । ତା’ପରଠାରୁ ବଦଳିନି ଏହି ସ୍ନେହର ସମ୍ପର୍କ ।
ଏଠି କଥା କେବଳ ଗୋଟିଏ ରାକ୍ଷୀର ନୁହେଁ । ଏହା ହେଉଛି ଭାଇ-ଭଉଣୀର ଏମିତି ଏକ ସମ୍ପର୍କ, ଯାହା ଜାତି, ଧର୍ମ ଓ ସୀମାର ସବୁ ପ୍ରତିବନ୍ଧକକୁ ପଛରେ ପକାଇ ଦେଇଛି । ପାକିସ୍ତାନରେ ଜନ୍ମ ହୋଇଥିଲେ ମଧ୍ୟ କମର ଜାହାଁ ଭାରତରେ ବିବାହ କରି ରହୁଛନ୍ତି । ତାଙ୍କ ସ୍ୱାମୀ ମୋହସିନ ଶେଖ ଜଣେ ପେଣ୍ଟର ।ଏହି ସମ୍ପର୍କର ସବୁଠୁ ବଡ଼ ବିଶେଷତା ହେଉଛି—ସମୟ ବଦଳିଛି, ମୋଦୀଙ୍କ ରାଜନୈତିକ ଜୀବନ ବଦଳିଛି, ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ହେଲେ ବଦଳିନି କମର ଜାହାଁଙ୍କ ଭାଇ ପ୍ରତି ଭଲପାଇବା ।
ରାକ୍ଷୀ ପୂର୍ଣ୍ଣିମା ଆସିଲେ ଆଜି ବି ରାଖି ଧରି ଭାଇଙ୍କୁ ମନେ ପକାନ୍ତି କମର । କେତେବେଳେ ରାଖି ପଠାନ୍ତି, ତ କେତେବେଳେ ନିଜେ ଭାରତ ଆସି ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତି ।ତେବେ ଭାଇ-ଭଉଣୀର ଏହି ସମ୍ପର୍କ ଆଜି ପୁଣି ଥରେ ଦେଇଛି ଏକ ବଡ଼ ବାର୍ତ୍ତା—ସମ୍ପର୍କ ପାଇଁ ସୀମା ନୁହେଁ, ଦରକାର କେବଳ ସ୍ନେହ ଓ ବିଶ୍ୱାସ । ରାଖିର ଏହି ପବିତ୍ର ବନ୍ଧନ ଦେଶ-ବିଦେଶର ସୀମାକୁ ଟପି ଯେତେବେଳେ ମଣିଷକୁ ମଣିଷ ସହ ଯୋଡ଼ିଦିଏ, ସେତେବେଳେ ଏହି ପର୍ବର ମହତ୍ତ୍ୱ ଆହୁରି ବଢ଼ିଯାଏ ।
- Trending




