ଭାରତୀୟ କିଷାନ ୟୁନିଅନର ଓଡ଼ିଶା ପ୍ରଦେଶ ପ୍ରଭାରୀ ଭାବେ ପ୍ରସନ୍ନ ରାଉତ ମନୋନୀତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶର ଅଗ୍ରଣୀ କୃଷକ ସଂଗଠନ ଭାରତୀୟ କିଷାନ ୟୁନିଅନ (BKU) ପକ୍ଷରୁ ଏକ ପ୍ରମୁଖ ସାଂଗଠନିକ ନିଯୁକ୍ତି ପ୍ରକାଶ ପାଇଛି। ଓଡ଼ିଶାର ଯୁବ କୃଷକ ନେତା ପ୍ରସନ୍ନ କୁମାର ରାଉତଙ୍କୁ ସଂଗଠନର ଓଡ଼ିଶା ପ୍ରଦେଶ ପ୍ରଭାରୀ (State In-charge) ଭାବେ ମନୋନୀତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର (ଅରଦୌଲିଆ) ଗ୍ରାମର ଗୌତମ ରାଉତଙ୍କ ପୁତ୍ର ପ୍ରସନ୍ନ କୁମାର ରାଉତଙ୍କୁ ଏହି ଦାୟିତ୍ୱ ମିଳିଛି। ପ୍ରସନ୍ନଙ୍କ କାର୍ଯ୍ୟଦକ୍ଷତା ଓ କୃଷକଙ୍କ ପ୍ରତି ଥିବା ଆତ୍ମୀୟତାକୁ ଦୃଷ୍ଟିରେ ରଖି ଭାରତୀୟ କିଷାନ ୟୁନିଅନର ଜାତୀୟ ମହାସଚିବ ରାଜବୀର ସିଂହ ଜାଦୌନ ଏହି ମନୋନୟନ ପତ୍ର ଜାରି କରିଛନ୍ତି ।

ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ଯେ, ନୂତନ ପ୍ରଦେଶ ପ୍ରଭାରୀ ପ୍ରସନ୍ନ ରାଉତ ଓଡ଼ିଶାରେ ଚୌଧୁରୀ ନରେଶ ଟିକାୟତଙ୍କ ନୀତି ଓ ଆଦର୍ଶର ପ୍ରଚାର ପ୍ରସାର କରିବା ସହ ରାଜ୍ୟରେ କୃଷକ ସଂଗଠନକୁ ଅଧିକ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ । ଏହି ନିଯୁକ୍ତି ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।