Blog
ଓଡ଼ିଶାରେ ଭୟଙ୍କର ଭୂସ୍ଖଳନ ! ଖସିଲା ମାଟି ଅତଡ଼ା ।
ପ୍ରବଳ ବର୍ଷାରୁ କେନ୍ଦୁଝର ରୁଗୁଡ଼ି ଥାନା NH 520 ବାରବାଙ୍କ ଘାଟିରେ ଭୂସ୍ଖଳନ। ଖସିଲା ମାଟି ଅତଡ଼ା । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ରୁଗୁଡ଼ି ଥାନା ଅନ୍ତର୍ଗତ NH 520 ବାରବାଙ୍କ ଘାଟିରେ ଭୂସ୍ଖଳନ । ଗତ ରାତିରେ ରାଜପଥରେ ଗୋଟିଏ ପାର୍ଶ୍ୱର ଅଧା ଭାଗରେ ଧସି ପଡ଼ିଛି ମାଟି ଅତଡ଼ା । ଫଳରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭଦ୍ରାସାହି ପଟୁ ରାଜାମୁଣ୍ଡା ଦିଗକୁ ଯାତ୍ରା କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ କେନ୍ଦୁଝର ପୋଲିସ ପରାମର୍ଶ ଦେଇଛି ।
ସେପଟେ ବଡ଼ବିଲ ସହରରେ ପ୍ରବଳ ବର୍ଷା ହୋଇଛି । ଏଥି ଯୋଗୁଁ ବଡ଼ବିଲ ସହରର ପ୍ରମୁଖ ରାସ୍ତା ମାନଙ୍କରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେହିପରି ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ହୋଇନପାରି ଡେଲି ମାର୍କେଟ ସମେତ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
- Trending




