Blog
ଓଡ଼ିଶା ବନ୍ଦ ଡାକରା। କଣ ଖୋଲା , ବନ୍ଦ ?
ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନରେ ସାମିଲ ହୋଇପାରନ୍ତି ୯ଟି ପ୍ରମୁଖ ଦଳ | ତା ପୂର୍ବରୁ ଆଜି AG ଛକରୁ ପଦଯାତ୍ରା କରିବେ । ବାଣୀ ବିହାର, ମାଷ୍ଟର୍ କ୍ୟାଣ୍ଟନ୍ ହୋଇ ପୁଣି AG ଛକରେ ପହଞ୍ଚିବ। ବନ୍ଦ ପାଳନରେ ସବୁ ବର୍ଗର ଲୋକ ଓ ସାଧାରଣ ଜନତାଙ୍କୁ ସାମିଲ ହେବାକୁ ବି ଆହ୍ବାନ କରିଛି କଂଗ୍ରେସ। ଯାହାର ପ୍ରଭାବର ସାଧାରଣ ଜୀବନଯାତ୍ରା ଉପରେ ପଡ଼ିପାରେ।
ବନ୍ଦ ପାଳନ ବେଳେ ଗାଡ଼ି ମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଟ୍ରକ୍, ବସ୍, ଅଟୋ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦେଇଛି କଂଗ୍ରେସ। ସେହିପରି ବନ୍ଦ ରହିପାରେ ଦୋକାନ, ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ପ୍ରଭାବିତ ହୋଇପାରେ। ପେଟ୍ରୋଲ ପମ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। …
ଅନ୍ୟପଟେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ।
- Trending




