Blog
କ୍ୟାମ୍ପସ୍ରେ ଲଢ଼େଇ, କିଏ ମାରିବ ବାଜି ?
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ହେବାକୁ ଯାଉଛି କ୍ୟାମ୍ପସ ନିର୍ବାଚନ। ଆସନ୍ତା ୧୫ ତାରିଖରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ।୨୦୧୭ ପରେ ବନ୍ଦ ଥିବା ଛାତ୍ର ନିର୍ବାଚନ ପୁଣି ଫେରୁଥିବାରୁ ଏଥର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଅନେକ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ କ୍ୟାମ୍ପସ ନିର୍ବାଚନରେ ଭାଗ ନେବେ। କେବଳ କ୍ୟାମ୍ପସ ନେତା ବାଛିବାରେ ସୀମିତ ରହିବନି ଏହି ନିର୍ବାଚନ। ଯୁବପିଢ଼ିଙ୍କ ମଧ୍ୟରେ ରାଜନୈତିକ ଦଳଗୁଡ଼ିକର ସାଙ୍ଗଠନିକ ପ୍ରଭାବ ଓ ଛାତ୍ର ରାଜନୀତିର ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ।
ଦୀର୍ଘ ବ୍ୟବଧାନ ପରେ ଫେରୁଥିବା ଏହି ନିର୍ବାଚନ ନୂଆ ଛାତ୍ର ନେତୃତ୍ୱ ସୃଷ୍ଟି ସହ ଭବିଷ୍ୟତ ରାଜନୈତିକ କ୍ୟାଡର ପାଇଁ ମଧ୍ୟ ଏକ ମଞ୍ଚ ହୋଇପାରେ।୨୦୨୪ରେ ୨୪ ବର୍ଷର ବିଜେଡି ଶାସନର ଅବସାନ ଘଟାଇ ବିଜେପି କ୍ଷମତାକୁ ଆସିଥିଲା । ପ୍ରାୟ ଅଢ଼େଇ ବର୍ଷର ଶାସନ ପରେ କ୍ୟାମ୍ପସ୍ ନିର୍ବାଚନ ଦଳ ପାଇଁ ନିଜର ସାଙ୍ଗଠନିକ ବିସ୍ତାରର ଏକ ନୂଆ ପରୀକ୍ଷା ହେବ । ବିଜେପି ସମର୍ଥିତ ପ୍ରାର୍ଥୀମାନେ ଯଦି ଅଧିକ ସଂଖ୍ୟକ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜୟୀ ହୁଅନ୍ତି, ତେବେ ଦଳ ଏହାକୁ ଯୁବପିଢ଼ିଙ୍କ ମଧ୍ୟରେ ନିଜର ପ୍ରଭାବ ବୃଦ୍ଧିର ପ୍ରମାଣ ଭାବେ ଉପସ୍ଥାପନ କରିପାରିବ ।
- Trending




