ଓଡ଼ିଶାର ପରବର୍ତ୍ତୀ DGP କିଏ?

ଓଡ଼ିଶା DGP ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ DGP ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶୀର୍ଷ ଅଦାଲତ।DGP ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଫଳରେ ପୂର୍ବରୁ ଆରମ୍ଭ ହୋଇଥିବା ନୂଆ DGP ଚୟନ ପ୍ରକ୍ରିୟା ଏବେ ଅଟକି ଯାଇଛି।

ଓଡ଼ିଶା ପୁଲିସର ପରବର୍ତ୍ତୀ ମହାନିର୍ଦ୍ଦେଶକ ଚୟନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏହି ନୂଆ ମୋଡ଼। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ୧୮ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ନେଇ କୌଣସି ଚୂଡ଼ାନ୍ତ ପଦକ୍ଷେପ ନିଆଯାଇପାରିବ ନାହିଁ। ତେବେ କାହିଁକି ଉଠିଲା ଏହି ଆଇନଗତ ବିବାଦ? DGP ଚୟନ ପ୍ରକ୍ରିୟାକୁ ନେଇ କେଉଁ ପ୍ରସଙ୍ଗ ଅଦାଲତରେ ଉଠିଛି? ଏବଂ ଆଗକୁ କ’ଣ ହେବ ଓଡ଼ିଶା ପୁଲିସର ନୂଆ DGP ନିଯୁକ୍ତି?

ଏବେ ସମସ୍ତଙ୍କ ନଜର ରହିଛି ଆସନ୍ତା ୧୮ ତାରିଖର ଶୁଣାଣି ଉପରେ। ସେହି ଦିନ ମାମଲାରେ କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କ’ଣ ରହିବ, ତାହା ଉପରେ ନଜର ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସ୍ପଷ୍ଟ ହୋଇଛି ଯେ, ୧୮ ତାରିଖ ପୂର୍ବରୁ ଓଡ଼ିଶାର ନୂଆ DGP ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ନାହିଁ। ତେଣୁ ଓଡ଼ିଶାକୁ ସ୍ଥାୟୀ DGP କେବେ ମିଳିବେ, କିଏ ହେବେ ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ—ଏସବୁ ପ୍ରଶ୍ନର ଉତ୍ତର ପାଇଁ ଏବେ ୧୮ ତାରିଖର ଶୁଣାଣିକୁ ଅପେକ୍ଷା।