Blog
ଜୀବନ ହାରିଲେ ପୂର୍ବତନ ଉପବାଚସ୍ପତି!
ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ବୀରଭୂମି ଜିଲ୍ଲାର ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ପୋଲିସ କହିଛି। ସେ ଜୀବନ ହାରିଥିବା ଅନୁମାନ କରାଯାଉଥିଲେ ହେଁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ତାଙ୍କ ବାସଭବନ ନିକଟସ୍ଥ କାର୍ଯ୍ୟାଳୟରୁ ଏକ ହାତଲେଖା ନୋଟ୍ ମଧ୍ୟ ଜବତ କରାଯାଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାନାର୍ଜୀ ଡେପୁଟି ସ୍ପିକର ଭାବରେ କାର୍ଯ୍ୟ କରିଥିଲେ। ସେ ରାମପୁରହାଟରୁ ପାଞ୍ଚ ଥର ବିଧାୟକ ଥିଲେ।
- Trending




