ଜେପି ନଡ୍ଡା ଅସୁସ୍ଥ , ଏଦିଲ୍ଲୀ ଏମ୍ସରେ ଭର୍ତ୍ତି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ନେଇ ଆସିଛି ବଡ଼ ଖବର ।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ । ଅସୁସ୍ଥ ଅନୁଭବ କରିବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଜେପି ନଡ୍ଡା ।
ଗୁରୁବାର ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି ହେବା ପରେ ଡାକ୍ତରମାନେ ତାଙ୍କର ବିଭିନ୍ନ ପରୀକ୍ଷା କରିଥିଲେ । ଏହା ମଧ୍ୟରେ ତାଙ୍କର କରୋନାରୀ ଆଞ୍ଜିଓଗ୍ରାଫି ମଧ୍ୟ କରାଯାଇଛି ।
ବର୍ତ୍ତମାନ ଜେପି ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।ତାଙ୍କୁ ଏମ୍ସର ହୃଦରୋଗ ବିଭାଗରେ ରଖାଯାଇଛି ଏବଂ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ଏମ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ନଡ୍ଡାଙ୍କୁ ଅସୁସ୍ଥତା ଅନୁଭବ ହେବା ପରେ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କର ଆବଶ୍ୟକୀୟ ପରୀକ୍ଷା କରାଯିବା ସହ କରୋନାରୀ ଆଞ୍ଜିଓଗ୍ରାଫି କରାଯାଇଛି । ବର୍ତ୍ତମାନ ସେ ସ୍ଥିର ଥିବା ଏମ୍ସ ପକ୍ଷରୁ କୁହାଯାଇଛି । ତେବେ ନଡ୍ଡାଙ୍କୁ ଠିକ୍ କଣ ହୋଇଛି, ସେନେଇ ହସ୍ପିଟାଲ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନାହିଁ ।
ବର୍ତ୍ତମାନ ତାଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି ।

ଦେଶର କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ଖବର ପରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଖବର ଏବେ ଆଶ୍ୱସ୍ତି ଆଣିଛି ।