Blog
ନୂଆ DCP ଭାବେ ଦାୟିତ୍ୱ ନେଲେ ସର୍ବଣା ବିବେକ
ଆଜି ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି IPS ଅଧିକାରୀ ଡା. ସର୍ବଣା ବିବେକ । ପୂର୍ବରୁ ବ୍ରହ୍ମପୁର SP ଭାବେ କାର୍ଯ୍ୟ କରିଛନ୍ତି । ଆଉ ଏବେ ଭୁବନେଶ୍ୱରର DCP ଭାବେ ଦାୟିତ୍ୱ ତୁଲାଇବେ । ଦାୟିତ୍ୱ ନେବା ପରେ ଲୋକସେବାରେ ହ୍ୟୁମାନ୍ ଟଚ୍କୁ ପ୍ରାଥମିକତା ଦେବା ସହ ଲୋକଙ୍କ ସମସ୍ୟା ଶୁଣିବା ଏବଂ ଆବଶ୍ୟକ ସ୍ଥଳେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସମାଧାନ କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।
ଭୁବନେଶ୍ୱରରେ ପୂର୍ବରୁ ହୋଇଥିବା ଭଲ କାମକୁ ଆହୁରି ଗତିଶୀଳ କରିବା ସହ ଭଲ ପ୍ରଦର୍ଶନ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରୋତ୍ସାହନ ଦିଆଯିବ। ବିଭିନ୍ନ ପୋଲିସ ୟୁନିଟ୍ ମଧ୍ୟରେ ଇନ୍ଫର୍ମେସନ୍ ଶେୟାରିଂକୁ ମଜବୁତ କରି ଟିମ୍ୱର୍କ ମାଧ୍ୟମରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ନେଇ ଦାୟିତ୍ବ ନେବା ଅବସରରେ କହିଛନ୍ତି ନୂଆ ଡିସିପି ।ଆଗକୁ ପାର୍ବଣ ଋତୁ ଥିବାରୁ ଭିଡ଼ ନିୟନ୍ତ୍ରଣ ଓ ଅପରାଧ ରୋକିବା ଉପରେ ସ୍ୱତନ୍ତ୍ର ଫୋକସ୍ ରହିବ । ପୂଜା ମଣ୍ଡପଗୁଡ଼ିକରେ CCTV ଲଗାଇବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯିବ । ସମ୍ବେଦନଶୀଳ ଅଞ୍ଚଳ ଓ ବିଭିନ୍ନ ମଣ୍ଡପରେ ସିଭିଲ୍ ଟିମ୍ ଏବଂ ସାଦା ପୋଷାକରେ ପୋଲିସ ନଜର ରଖିବେ ।
- Trending




