Blog
ପାରିବାରିକ କଳହରୁ ଭୟଙ୍କର କାଣ୍ଡ !
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ପରେ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ । ସ୍ତ୍ରୀଙ୍କ ଆକ୍ରମଣରେ ସ୍ୱାମୀ ଗୁରୁତର ଆହତ । ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଏବଂ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲ୍ଲୀ ଗାଁରେ।
ସୂଚନା ଅନୁସାରେ, କୌଣସି ପାରିବାରିକ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ତେବେ କଥା କଟାକଟିରୁ ବିବାଦ ଧୀରେ ଧୀରେ ଉଗ୍ରରୂପ ନେଇଥିବା ଅଭିଯୋଗ ହୋଇଛି ।ଏହି ସମୟରେ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଆକ୍ରମଣରେ ସ୍ୱାମୀ କୃଷ୍ଣ ତାରିଣୀ ଗୁରୁତର ଆହତ ହୋଇଛନ୍ତି । ଆହତ କୃଷ୍ଣ ତାରିଣୀଙ୍କୁ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ।
ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣା ପରେ ବାଦର୍ଖପଲ୍ଲୀ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ପାରିବାରିକ ବିବାଦ ଏତେ ଉଗ୍ର ରୂପ ନେଲା କେମିତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପଟେ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ହିଂସାକାଣ୍ଡ ପଛରେ ପ୍ରକୃତ କାରଣ କଣ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କେଉଁ ପ୍ରସଙ୍ଗକୁ ନେଇ ବିବାଦ ହୋଇଥିଲା ଏବଂ ଆକ୍ରମଣର ପ୍ରକୃତ ପରିସ୍ଥିତି କଣ ଥିଲା—ସେନେଇ ପୁଲିସ ତଦନ୍ତ କରୁଛି ।
- Trending




