Blog
ବନ୍ୟା ପରିଦର୍ଶନ ବେଳେ ଅଘଟଣ | ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ !
ପ୍ରିଜମ୍ ନ୍ୟୁଜ୍:ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତରୁ ଓରାଳୀ ଗାଁକୁ ବନ୍ୟା ସ୍ଥିତି ପରିଦର୍ଶନ ପାଇଁ ବୋଟ୍ରେ ଯାଉଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀଙ୍କ ସହ ବୋଟ୍ରେ ପ୍ରାୟ ୧୨ରୁ ଅଧିକ ଲୋକ ଥିଲେ। କିଛି ବାଟ ଯିବା ପରେ ପ୍ରବଳ ବର୍ଷା ସହ ରେବ ନଦୀର ପ୍ରଖର ସ୍ରୋତରେ ବୋଟ୍ଟି ନିୟନ୍ତ୍ରଣ ହରାଇଥିଲା। ଫଳରେ ବୋଟ୍ଟି ନଦୀର ଏକ ପାର୍ଶ୍ୱକୁ ଭାସି ଯାଇଥିଲା।
ସୂଚନା ଅନୁସାରେ, ମନ୍ତ୍ରୀଙ୍କ ସହ ବୋଟରେ ୧୨ରୁ ଅଧିକ ଲୋକ ଥିଲେ। ବନ୍ୟା ପାଣି ମଧ୍ୟରେ ବୋଟ୍ ଆଗକୁ ବଢ଼ୁଥିବା ବେଳେ ହଠାତ୍ ବର୍ଷା ବଢ଼ିବା ସହ ରେବ ନଦୀର ପ୍ରଖର ସ୍ରୋତରେ ବୋଟ୍ ନିୟନ୍ତ୍ରଣ ହରାଇଥିଲା।ପରେ ବୋଟଟି ଗୋଟିଏ ପାର୍ଶ୍ୱକୁ କଡ଼େଇ ଯାଇଥିଲା। ତେବେ ନିକଟରେ ଥିବା ଏକ ଗଛ ଏବଂ ଜାଲରେ ଅଟକି ଯାଇଥିବାରୁ ବଡ଼ ଅଘଟଣରୁ ରକ୍ଷା ମିଳିଥିଲା।

ଘଟଣା ସମୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତୁରନ୍ତ ବୋଟରୁ ଓହ୍ଲାଇ ପଡ଼ିଥିଲେ। ବୋଟଟି ଭାସି ଯିବାକୁ ଥିବା ବେଳେ ସେ ନିଜେ ଟାଣି ଧରି ଏହାକୁ ଅଟକାଇଥିଲେ। ଫଳରେ ବୋଟରେ ଥିବା ଅନ୍ୟ ସମସ୍ତ ଲୋକ ସୁରକ୍ଷିତ ରହିଥିଲେ।
- Trending




