ବନ୍ୟା ପୀଡ଼ିତଙ୍କୁ ଘର ଦେଲେ ସଲମାନ ଖାନ

ସିନେମା ପରଦାରେ ନୁହେଁ, ଏବେ ରିୟଲ ଲାଇଫ୍‌ରେ ମଧ୍ୟ ହିରୋ ସାଜିଛନ୍ତି ସଲମାନ ଖାନ୍। ଆସାମରେ ବନ୍ୟା ଲୋକଙ୍କୁ ବାସହରା କରିଦେଇଛି ।ଘରଦ୍ୱାର ସବୁ ଭସେଇ ନେଇଛି । ଆଉ ସେହି ଘର ହରାଇଥିବା ପରିବାରଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍‌ର ଭାଇଜାନ୍..ସେମାନଙ୍କ ପାଇଁ ନିର୍ମାଣ ହେବ ୫୦୦ଟି ନୂଆ ଘର..

.”ଆଶିଆନା – ଆଶାରୁ ଆରମ୍ଭ ହୁଏ ନିରାପଦ ଆଶ୍ରୟ” ଅଭିଯାନ ଅଧୀନରେ ନେପାଳୀ ଖୁଟିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ, ପ୍ରାୟ ୨୨୦ ଟି ଅର୍ଦ୍ଧ-ସ୍ଥାୟୀ ଘର ସମ୍ପୂର୍ଣ୍ଣ ହୋଇଛି, ଯାହା ଅନେକ ବାସହୀନ ପରିବାର ପାଇଁ ରହିବା ପାଇଁ ଏକ ସୁରକ୍ଷିତ ସ୍ଥାନ ପ୍ରଦାନ କରୁଛି। ଏହି ପଦକ୍ଷେପର ଲକ୍ଷ୍ୟ ମୋଟ ୫୦୦ଟି ଘର ନିର୍ମାଣ କରି ଶତାଧିକ ପରିବାରକୁ ପୁଣିଥରେ ସ୍ଥିର ଜୀବନ ଦେବା ଲକ୍ଷ୍ୟ ରହିଛି।

ସଲମାନ ଖାନଙ୍କ ଏହି ଉଦ୍ୟମ ପରେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ପ୍ରଶଂସା କରାଯାଉଛି। ଅନେକ ଲୋକ ତାଙ୍କୁ ‘ରିୟଲ ଲାଇଫ୍ ହିରୋ’ ବୋଲି କହୁଛନ୍ତି। ସଲମାନ ପୂର୍ବରୁ ମଧ୍ୟ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହାୟତା ହେଉ କିମ୍ବା ସାମାଜିକ କାର୍ଯ୍ୟ, ସେ ସବୁବେଳେ ନିଜର ସହଯୋଗ ଜାରି ରଖିଛନ୍ତି।

ଆସାମ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ କେବଳ ସଲମାନ ନୁହେଁ, ଅନ୍ୟ କଳାକାରମାନେ ମଧ୍ୟ ଆଗକୁ ଆସିଛନ୍ତି। ଅଭିନେତା ରଣଦୀପ ହୁଡ୍ଡା ଅସମ ଯାଇ ରାସନ୍ ଓ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିଥିବା ବେଳେ ଭୂମି ପେଡନେକର ମଧ୍ୟ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି।