Blog
ଭୁବନେଶ୍ୱରର ପରବର୍ତ୍ତୀ ଡିସିପି କିଏ?
ନୂଆ ଡିସିପି ଦୌଡ଼ରେ ଚର୍ଚ୍ଚାକୁ ଆସୁଛି ୭ ଜଣ ଯୁବ ଆଇପିଏସ୍ଙ୍କ ନାଁ। ତେବେ ଏହି ତାଲିକାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍।୨୦୧୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରବଣା ବିବେକଙ୍କର ଓଡ଼ିଶା ପୋଲିସ୍ରେ ଦୀର୍ଘ ଅଭିଜ୍ଞତା ରହିଛି।ବ୍ରହ୍ମପୁର ଏସ୍ପି ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଚର୍ଚ୍ଚାରେ ରହିଛି। ବିଶେଷକରି ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ୍ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରବଣା ବିବେକଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା।
ଶ୍ରବଣା ବିବେକ ଏହା ପୂର୍ବରୁ ରାୟଗଡ଼ା ଏସ୍ପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଆଉ ଏକ ନାଁ ଯାହାକୁ ନେଇ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ରାଉରକେଲା ଏସ୍ପି ନୀତେଶ ୱଧୱାନି।ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ଦାୟିତ୍ୱ ତୁଲାଉଥିବା ନୀତେଶ ୱଧୱାନିଙ୍କ ନାଁ ମଧ୍ୟ ଭୁବନେଶ୍ୱର ଡିସିପି ପଦ ପାଇଁ ଚର୍ଚ୍ଚାରେ ରହିଛି।
ତେବେ କେବଳ ଏହି ଦୁଇଟି ନାଁ ନୁହେଁ।ଭୁବନେଶ୍ୱର ଡିସିପି ପଦ ପାଇଁ ଆହୁରି କିଛି ଯୁବ ଆଇପିଏସ୍ଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ଚାଲିଛି।ସବୁଠାରୁ ବଡ଼ କଥା ହେଉଛି—ଏହି ନିଯୁକ୍ତିରେ ଏକ ସରପ୍ରାଇଜ୍ ଚେହେରା ମଧ୍ୟ ସାମ୍ନାକୁ ଆସିପାରେ।ପାର୍ବଣ ଋତୁ ଏବଂ ଦୁର୍ଗାପୂଜାକୁ ନଜରରେ ରଖି ରାଜଧାନୀରେ ଆଇନଶୃଙ୍ଖଳା ପରିଚାଳନା ଏବେ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ।ତେଣୁ ନୂଆ ଡିସିପି ଭାବେ କାହାକୁ ଦାୟିତ୍ୱ ଦିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
- Trending




