Blog
ମିସାଇଲ ମାଡ଼ରେ ତୈଳ ଟ୍ୟାଙ୍କର ଧ୍ବଂସ | ବଢିବ ତେଲ ଦର |
ପୁଣି ତେଜିଲା ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା। ଆଜି ପୁଣି ଇରାନ ଉପରେ ହମଲା କରିଛି ଆମେରିକା। ଆମେରିକାର ମିସାଇଲ ମାଡ଼ରେ ଇରାନର ୫ ଜାହାଜ ଧ୍ବଂସ ହୋଇଛି। ଖାର୍ଗ ଦ୍ବୀପରେ ହୋଇଥିବା ଏହି ଆକ୍ରମଣରେ ଧ୍ବଂସ ହୋଇଛି ୫ ତୈଳ ଟ୍ୟାଙ୍କର। ଜାହାଜକୁ ମିସାଇଲ ମାଡ଼ କରିଥିବା ନେଇ ସୂଚନା ଦେଇଛି ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍।
ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ IRGC ଆମେରିକୀୟ ନୌସେନା ଯୁଦ୍ଧଜାହାଜକୁ ବାଲିଷ୍ଟିକ୍ ମିସାଇଲ ସାହାଯ୍ୟରେ ଯୁଦ୍ଧଜାହାଜକୁ ଦୁଇ ଦୁଇ ଥର ଟାର୍ଗେଟ କରିବାକୁ ଚେଷ୍ଟା କରିବା ପରେ ଗତକାଲି ଆମେରିକା ପାଞ୍ଚଟି ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ କରିଦଇଛି। ଏଥିରେ MT କାବିଜ, MT ଚାରମିନାର, MT ହରାଇଜନ ଓ୍ୱାନ ଏବଂ MT ରିଏସ୍କୋ ଜାହାଜ ଧ୍ବଂସ ହୋଇଛି। ଖାର୍ଗ ଦ୍ବୀପ ନିକଟରେ MT ଡେରିଆକୁ ଟାର୍ଗେଟ କରି ନଷ୍ଟ କରିଥିଲା ଆମେରିକା ସେନା।
ଆମେରିକୀୟ ଯୁଦ୍ଧଜାହାଜଗୁଡ଼ିକ ଉଭୟ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣକୁ ସଫଳତାର ସହ ଅକାମୀ କରିବା ସହ ଜଳସୀମାରେ ପାଟ୍ରୋଲିଂ ଜାରି ରଖିଥିଲେ। ଜାହାଜଗୁଡ଼ିକ ଉପରେ ଆକ୍ରମଣ ହେବା ପୂର୍ବରୁ କ୍ରୁ ସଦସ୍ୟଙ୍କୁ ଜାହାଜ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଆମେରିକୀୟ ସେନା ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିଥିବା ସେଣ୍ଟକମ୍ ପକ୍ଷରୁ କୁହାଯାଇଛି। ଗତ ୫ ତାରିଖରେ ମଧ୍ୟ ଇରାନର ୩ଟି ତୈଳ ଟ୍ୟାଙ୍କରକୁ ନଷ୍ଟ କରିଥିଲା ଆମେରିକା ସେନା।
- Trending




