ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଟଙ୍କା। ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସୂଚନା ଦେଇଛନ୍ତି।ନୟାଗଡ଼ରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଟଙ୍କା ବଣ୍ଟନ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଲାଭ ପାଇବେ ବୋଲି ସୂଚନା ମିଳିଛି।

ଅଗଷ୍ଟ ୨୮ ତାରିଖ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ଯୋଗ୍ୟ ମହିଳାଙ୍କୁ ଏହି କିସ୍ତିର ଟଙ୍କା ମିଳିବ। ତେବେ ପୂର୍ବରୁ କୌଣସି କାରଣରୁ ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମଧ୍ୟ ରହିଛି ବଡ଼ ଖବର।ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ପାଞ୍ଚଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ପୂର୍ବରୁ ଟଙ୍କା ପାଇନଥିବା ଯୋଗ୍ୟ ମହିଳାମାନେ ମଧ୍ୟ ଏକାସାଙ୍ଗେ ଲାଭ ପାଇପାରିବେ।

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନକୁ ନେଇ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ନୟାଗଡ଼ର ରାଜ୍ୟସ୍ତରୀୟ ସମାରୋହରୁ ଏହି ଟଙ୍କା ବଣ୍ଟନ କରାଯିବ।