ଲାଇନଚ୍ୟୁତ ତାଳଚେର-ପୁରୀ ଟ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀରେ ଅଳ୍ପକେ ଟଳିଲା ବଡ଼ ଅଘଟଣ ।ପୁରୀ ଷ୍ଟେସନ୍‌ ନିକଟରେ ଲାଇନଚ୍ୟୁତ ହୋଇ ରହିଛି ତାଳଚେର-ପୁରୀ ଟ୍ରେନ୍‌ ।ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ୍‌ଠାରୁ ମାତ୍ର ପ୍ରାୟ ୫୦୦ ମିଟର ଦୂରରେ ଘଟିଥିଲା ଏହି ଘଟଣା ।ହଠାତ୍‌ ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଭୟର ବାତାବରଣ ।କିଛି ସମୟ ପାଇଁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ସୌଭାଗ୍ୟବଶତଃ ବଡ଼ ଧରଣର ଅଘଟଣ ଘଟିନାହିଁ । ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି ।

ଘଟଣା ପରେ ତତ୍ପର ହୋଇଛି ରେଳ ବିଭାଗ ..ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌କୁ ପୁଣି ଟ୍ରାକ୍‌କୁ ଆଣିବା ପାଇଁ କାମ ଆରମ୍ଭ ହୋଇଛି ।ଏଥିସହ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ତତ୍ପରତାର ସହ କାମ କରୁଛନ୍ତି ।ତେବେ ଟ୍ରେନ୍‌ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା? ଟ୍ରାକ୍‌ରେ କୌଣସି ତ୍ରୁଟି ଥିଲା ନା ଅନ୍ୟ କିଛି କାରଣରୁ ଘଟିଲା ଏହି ଘଟଣା? ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଷ୍ଟେସନ୍‌ଠାରୁ ମାତ୍ର ୫୦୦ ମିଟର ଦୂରରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଥିବା କୁହାଯାଉଛି । ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ ଲାଇନଚ୍ୟୁତ ଘଟଣାକୁ ନେଇ ଏବେ ରେଳ ବିଭାଗ ପକ୍ଷରୁ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ଏହି ଘଟଣା ପଛର ପ୍ରକୃତ କାରଣ କଣ, ତଦନ୍ତ ପରେ ହିଁ ଜଣାପଡ଼ିବ ।