Blog
ସାବଧାନ! ଥଣ୍ଡା ଔଷଧ ବ୍ୟାନ୍
ଛୋଟ ପିଲାଙ୍କୁ ଥଣ୍ଡା, କାଶ କିମ୍ବା ନାକ ବନ୍ଦ ହେଲେ ତୁରନ୍ତ ଔଷଧ ଦେଉଛନ୍ତି କି? ତାହେଲେ ଏଣିକି ଟିକେ ସତର୍କ ହେବାକୁ ପଡ଼ିବ। କାରଣ ୪ ବର୍ଷରୁ କମ୍ ପିଲାଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ଥଣ୍ଡା ଔଷଧର ବ୍ୟବହାରକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କଟକଣା ଲଗାଇଛନ୍ତି।କ୍ଲୋରଫେନିରାମାଇନ୍ ମାଲିଏଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ଥିବା ସମସ୍ତ ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ବା FDC ଔଷଧକୁ ୪ ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ବିଶେଷଜ୍ଞ କମିଟି ଏବଂ ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡ—DTABର ସୁପାରିସ୍ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ଅନୁସାରେ, ଛୋଟ ପିଲାଙ୍କ ପାଇଁ ଏହି ଦୁଇ ଉପାଦାନର ସଂଯୋଜନରେ ସମ୍ଭାବ୍ୟ ବିପଦ ରହିଛି। ଏହାସହ ବଜାରରେ ଏହାର ବିକଳ୍ପ ଔଷଧ ମଧ୍ୟ ଉପଲବ୍ଧ ରହିଛି। ତେଣୁ ଛୋଟ ପିଲାଙ୍କ କ୍ଷେତ୍ରରେ ଏଭଳି ଔଷଧର ବ୍ୟବହାରକୁ ନେଇ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ତେବେ ଅଭିଭାବକଙ୍କ ପାଇଁ ଜାଣିବା ଜରୁରୀ କଥାଟି ହେଉଛି— ଏହି ଉପାଦାନ ଥିବା ଔଷଧର ଲେବଲ୍ ଓ ପ୍ୟାକେଟ୍ରେ ୪ ବର୍ଷରୁ କମ୍ ପିଲାଙ୍କ ପାଇଁ ବ୍ୟବହାର ନକରିବା ନେଇ ସ୍ପଷ୍ଟ ସତର୍କ ସୂଚନା ଦେବାକୁ ପଡ଼ିବ। ଅର୍ଥାତ୍ ଔଷଧ କିଣିବା ସମୟରେ ଏହାର ଲେବଲ୍ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ।
ସବୁଠାରୁ ବଡ଼ କଥା—ଛୋଟ ପିଲାଙ୍କୁ ନିଜ ମନରୁ ଥଣ୍ଡା କିମ୍ବା ନାକ ବନ୍ଦ ଔଷଧ ଦିଅନ୍ତୁ ନାହିଁ। ଔଷଧର ଉପାଦାନ ଯାଞ୍ଚ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ହିଁ ସବୁଠାରୁ ସୁରକ୍ଷିତ ପଦକ୍ଷେପ। ବିଶେଷ କରି ୪ ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ଥଣ୍ଡା ଔଷଧ ବ୍ୟବହାର ପୂର୍ବରୁ ଅଭିଭାବକମାନେ ଅଧିକ ସତର୍କ ରହିବା ଆବଶ୍ୟକ।
- Trending




