Blog
ୟୁଏଇରେ ମୋହନଙ୍କ ମାରାଥନ୍ ମିଟିଂ | ଓଡ଼ିଶାକୁ ନିବେଶ ଆଣିବାକୁ ବଡ଼ ପ୍ରୟାସ
ଓଡ଼ିଶାରେ ନିବେଶର ସୁଯୋଗ ଖୋଜୁଛନ୍ତି ଅନ୍ତର୍ଜାତୀୟ ନିବେଶକ। ଆଉ ନିବେଶକଙ୍କୁ ଓଡ଼ିଶାର ସମ୍ଭାବନା ବୁଝାଇବାକୁ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ବୈଠକ | ଆବୁଧାବିରେ ଇଣ୍ଟରନ୍ୟାସନାଲ ହୋଲଡିଂ କମ୍ପାନି ବା IHC ସହ ହୋଇଛି ଉଚ୍ଚସ୍ତରୀୟ ଆଲୋଚନା। ଧାତୁ ଶିଳ୍ପ, ଦୁର୍ଲଭ ମୃତ୍ତିକା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ, କୋଇଲାରୁ ରସାୟନ ଉତ୍ପାଦନ, ବନ୍ଦରଭିତ୍ତିକ SEZ ଏବଂ ଶିଳ୍ପ ଭିତ୍ତିଭୂମି ଭଳି କ୍ଷେତ୍ରରେ ନିବେଶର ସମ୍ଭାବନା ନେଇ ହୋଇଛି ଆଲୋଚନା।
ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶାର ରଣନୀତିକ ଅବସ୍ଥାନ, ପ୍ରାକୃତିକ ସମ୍ପଦ, ଶିଳ୍ପ କ୍ଷମତା ଏବଂ ଭିତ୍ତିଭୂମି ବିଷୟରେ ଅବଗତ କରାଇଛନ୍ତି।ଧାତୁ ଶିଳ୍ପରୁ SEZ ପର୍ଯ୍ୟନ୍ତ ନିବେଶ ସମ୍ଭାବନା | ଓଡ଼ିଶାର ସମ୍ପଦ ଓ ଭିତ୍ତିଭୂମି ଉପରେ ଫୋକସ୍ | କେବଳ ଆଲୋଚନା ନୁହେଁ, ନିବେଶକୁ ଆଗକୁ ନେବା ପାଇଁ ବୁଝାମଣାର ରାସ୍ତା ମଧ୍ୟ ଖୋଲିଛି। ଆଦାନୀ ଗ୍ରୁପ୍ ଏବଂ IHC ଗ୍ରୁପ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ବେଳେ ୧୪ଟି ପ୍ରକଳ୍ପରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି IHC।
ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨.୧୦୫ ଟ୍ରିଲିୟନ୍ ଟଙ୍କା ନିବେଶ ହେବାର ଆକଳନ କରାଯାଉଛି।ଯଦି ଏହି ପ୍ରସ୍ତାବିତ ନିବେଶ ଆଗକୁ ବାସ୍ତବ ରୂପ ନିଏ, ତେବେ ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୀତି ପାଇଁ ଏହା ବଡ଼ ସୁଯୋଗ ହୋଇପାରେ।ଏପଟେ ଓଡ଼ିଶାର ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।ଓଡ଼ିଶା ଇନଭେଷ୍ଟର୍ସ ମିଟ୍ର ଅଂଶ ଭାବେ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ ବା IBPG ସହ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏଠାରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଏବଂ ବ୍ୟବସାୟିକ ସହଯୋଗ ବଢ଼ାଇବା ନେଇ ଆଲୋଚନା ହୋଇଛି।ଓଡ଼ିଶାର ଉତ୍ପାଦ ପହଞ୍ଚିବ ବିଶ୍ୱ ବଜାରରେ! UAE ସହ ବାଣିଜ୍ୟ ଓ ରପ୍ତାନି ବୃଦ୍ଧି ଉପରେ ଫୋକସ୍ | ବିଶେଷ କରି ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ବଡ଼ ସୁଯୋଗ ରହିଥିବା ନେଇ ଆଲୋଚନା ହୋଇଛି।ଏହା ସହ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକଚରିଂ ସୁଯୋଗ ସୃଷ୍ଟି କରିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ରାଉଣ୍ଡଟେବୁଲ୍ ବୈଠକରେ ଓଡ଼ିଶାଭିତ୍ତିକ ରୁଚି, ଫାର୍ମ ବି, ବିୱାନ ଏବଂ ଓରି କ୍ଲିନ୍ ଭଳି କମ୍ପାନି ମଧ୍ୟ ଯୋଗ ଦେଇଥିଲେ।
- Trending




