Blog
୧୮ ସହର ପାଇଁ ୫,୫୨୦ କୋଟିର ବନ୍ୟା ଯୋଜନା
ପ୍ରିଜମ୍ ନ୍ୟୁଜ : ସହରାଞ୍ଚଳରେ ବଢ଼ୁଥିବା ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ | କେନ୍ଦ୍ର ସରକାର ‘Urban Flood Risk Management Programme’କୁ ମଞ୍ଜୁରୀ ଦେଇଛନ୍ତି | ମୋଟ ୧୮ଟି ସହର ପାଇଁ ୫ ହଜାର ୫୨୦ କୋଟି ଟଙ୍କା ଖର୍ଚ୍ଚ ହେବ | ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ, ପୁଣେ, ହାଇଦ୍ରାବାଦ, କୋଲକାତା, ବେଙ୍ଗାଲୁରୁ, ଅହମ୍ମଦାବାଦ ଓ ଚେନ୍ନାଇ ପାଇଁ ୩୦୭୫ କୋଟି ଟଙ୍କା | ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ୧୧ଟି ସହର ପାଇଁ ୨୪୪୪ କୋଟି ଟଙ୍କା ମଞ୍ଜୁର କରାଯାଇଛି |
ଇଲେକ୍ଟ୍ରିକ୍ ଭେହିକିଲ୍ କ୍ଷେତ୍ରକୁ ନେଇ ମଧ୍ୟ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି | ୨୦୪୭ ସୁଦ୍ଧା କେତେ EV ରାସ୍ତାରେ ଚାଲିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥିଲେ ମଧ୍ୟ…| FAME-II, PM E-Drive, PLI ଏବଂ e-Bus ଭଳି ଯୋଜନା ଜରିଆରେ ହଜାର ହଜାର କୋଟି ଟଙ୍କାର ପ୍ରୋତ୍ସାହନ ଜାରି ରହିବ| କୃଷି କ୍ଷେତ୍ରରେ ମଧ୍ୟ ସଂସଦରେ ରଖାଯାଇଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ -ଦେଶର କୃଷି କାର୍ଯ୍ୟରେ ମହିଳାଙ୍କ ଭାଗୀଦାରୀ ୫୯ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି | ସେହିପରି…୨୦୧୪-୧୫ ତୁଳନାରେ ଚାଷଜମି ଓ ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ସରକାର କହିଛନ୍ତି |
ଚାଷୀଙ୍କୁ ରୋଗମୁକ୍ତ ଏବଂ ଉନ୍ନତମାନର ଫଳ ଚାରା ଯୋଗାଇବା ପାଇଁ ୧୭୬୫ କୋଟି ଟଙ୍କାର ‘କ୍ଲିନ୍ ପ୍ଲାଣ୍ଟ ପ୍ରୋଗ୍ରାମ୍’ ଆରମ୍ଭ କରାଯାଇଛି | ଆମ୍ବ, ଲିଚି, ପେୟାରା, ଡ୍ରାଗନ୍ ଫ୍ରୁଟ୍, ଅଙ୍ଗୁର ଓ ଅନ୍ୟାନ୍ୟ ଫଳ ଚାଷୀମାନେ ଏଥିରୁ ଉପକୃତ ହେବେ | ସୌରଶକ୍ତି କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ବଡ଼ ସଫଳତା ଦାବି କରିଛନ୍ତି | PM ସୂର୍ଯ୍ୟ ଘର ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ସୋଲାର ସିଷ୍ଟମ୍ ସ୍ଥାପନ ହୋଇଥିବାବେଳେ ୪୮ ଲକ୍ଷରୁ ଅଧିକ ପରିବାର ଏହାର ସୁବିଧା ପାଇଛନ୍ତି | ଜାତୀୟ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରି ଉପଭୋକ୍ତାମାନେ ଏହି ଯୋଜନାର ଲାଭ ଉଠାଇପାରୁଛନ୍ତି |
- Trending




