Blog
ଟ୍ରଫି ସହ ୧ କୋଟି ଟଙ୍କା ଜିତିଲେ ଶ୍ରେୟା
ଶେଷ ହୋଇଛି ଅପେକ୍ଷା | ଶେଷ ହୋଇଛି ଦର୍ଶକଙ୍କ ସସପେନ୍ସ | ଆଉ ମିଳିଯାଇଛନ୍ତି ଲକ୍ ଅପ୍–୨ ର ବିଜେତା | ସୋସିଆଲ ମିଡିଆର ଚର୍ଚ୍ଚିତ ମୁହଁ ଶ୍ରେୟା କାଲରା ଏଥର ଜିତିଛନ୍ତି ରିଆଲିଟି ଶୋ’ର ସବୁଠୁ ବଡ଼ ଟାଇଟଲ୍ | ନେଟଫ୍ଲିକ୍ସରେ ପ୍ରସାରିତ ଏହି ଚର୍ଚ୍ଚିତ ରିଆଲିଟି ଶୋ’ର ଗ୍ରାଣ୍ଡ ଫିନାଲେ ୫ ଅଗଷ୍ଟରେ ଅନୁଷ୍ଠିତ ହୋଇଥିଲା | ଯେଉଁଠାରେ ହୋଷ୍ଟ ରିତେଶ ଦେଶମୁଖ ଏବଂ ଫରାହ ଖାନ୍ ବିଜେତା ଭାବେ ଶ୍ରେୟାଙ୍କ ନାଁ ଘୋଷଣା କରିଥିଲେ | ଆଉ ବିଜୟ ଘୋଷଣା ହେବା କ୍ଷଣି ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରେୟା |
ଗ୍ରାଣ୍ଡ ଫିନାଲେରେ ଶ୍ରେୟା ଟିଭି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କୁ ହରାଇ ବିଜୟୀ ହୋଇଛନ୍ତି। ସେ ଟ୍ରଫି ସହ ୧ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି। ଶ୍ରେୟା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ହାତେଇ ନେଇଛନ୍ତି। ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଫାଇନାଲରେ ଫର୍ଷ୍ଟ ରନର୍ସ ଅପ୍ ରହିଥିଲେ।
ରିଆଲିଟି ଶୋ’ରୁ ଆରମ୍ଭ ହୋଇଥିବା ଏହି ସଫଳତାର ଯାତ୍ରା ଏବେ ଶ୍ରେୟା କାଲରାଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଛି। ‘ଲକ୍ ଅପ୍–୨’ର ବିଜେତା ହେବା ପରେ ସେ ଏବେ ମନୋରଞ୍ଜନ ଜଗତରେ ଆହୁରି ବଡ଼ ପ୍ରୋଜେକ୍ଟରେ ନଜର ଆସିବେ ବୋଲି ଆଶା କରାଯାଉଛି।
- Trending




