୨୦୨୬ଠୁ ଅଧିକ ଭୟଙ୍କର ହେବ ୨୦୨୭

ଗତ କିଛି ବର୍ଷ ଧରି ସମଗ୍ର ବିଶ୍ୱ ଯେମିତି ଗୋଟିଏ ପରେ ଗୋଟିଏ ବଡ଼ ପରିବର୍ତ୍ତନର ସାକ୍ଷୀ ହେଉଛି। ୨୦୨୦ରେ କରୋନା ମହାମାରୀ ଲକଡାଉନ୍ | ତା’ପରେ କରୋନାର ଦ୍ୱିତୀୟ ଲହର।୨୦୨୨ରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ।୨୦୨୩ରେ ଇସ୍ରାଏଲ-ହାମାସ ସଂଘର୍ଷ।ଆଉ ଏହାର ପ୍ରଭାବ କେବଳ ଯୁଦ୍ଧକ୍ଷେତ୍ରରେ ସୀମିତ ରହିନାହିଁ।ବିଶ୍ୱ ଅର୍ଥନୀତିଠାରୁ ଆରମ୍ଭ କରି ତୈଳ ବଜାର…ଖାଦ୍ୟ ମୂଲ୍ୟଠାରୁ ଆରମ୍ଭ କରି ମୁଦ୍ରାସ୍ଫୀତି । ଆଉ ଅନ୍ତର୍ଜାତୀୟ କୂଟନୀତିଠାରୁ ଆରମ୍ଭ କରି ଦେଶଗୁଡ଼ିକର ସୁରକ୍ଷା ନୀତି ପର୍ଯ୍ୟନ୍ତ ସବୁକିଛିରେ ପଡ଼ିଛି ପ୍ରଭାବ। ତେବେ ଏବେ ନଜର ୨୦୨୭ ଉପରେ।

କଣ ହେବ ୨୦୨୭?

ଏହି ବର୍ଷ କଣ ବିଶ୍ୱ ପାଇଁ ନୂଆ ମୋଡ଼ ଆଣିବ?ନା ଗତ କିଛି ବର୍ଷର ଅସ୍ଥିରତା ଆହୁରି ଜାରି ରହିବ?କେଉଁଠି ଯୁଦ୍ଧର ଆଶଙ୍କା..କେଉଁଠି ଆର୍ଥିକ ସଙ୍କଟର ଚିନ୍ତା…ଆଉ ଏହାରି ଭିତରେ ଆକାଶରେ ଘଟିବାକୁ ଯାଉଛି ଏମିତି ଏକ ମହାଜାଗତିକ ଘଟଣା, ଯାହାକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍ସୁକତା। କାରଣ ୨୦୨୭ ଅଗଷ୍ଟ ୨ ତାରିଖରେ ଘଟିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ ।ଏହି ମହାଜାଗତିକ ଘଟଣା ସମୟରେ ଚନ୍ଦ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସିବାରୁ କିଛି ଅଞ୍ଚଳରୁ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ ହେବେ। ଦିନରେ କିଛି ସମୟ ପାଇଁ ରାତି ଭଳି ଅନୁଭୂତି ହେବ।ଆକାଶରେ ଦେଖାଯିବ ଏକ ଅଦ୍ଭୁତ ଦୃଶ୍ୟ।

ଏହି ପରାଗକୁ ନେଇ ବୈଜ୍ଞାନିକ ମହଲରେ ମଧ୍ୟ ଉତ୍ସାହ ରହିଛି।କାରଣ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଛି ଏକ ବିରଳ ମହାଜାଗତିକ ଘଟଣା। ତେବେ ଏହାକୁ ଦେଖିବା ସମୟରେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ନଦେଖିବା ଭଳି ସୁରକ୍ଷା ନିୟମ ମାନିବା ମଧ୍ୟ ଅତ୍ୟନ୍ତ ଜରୁରୀ।

ଏବେ ଆସନ୍ତୁ ଧର୍ମ ଓ ଆଧ୍ୟାତ୍ମିକତା ଦିଗକୁ।

୨୦୨୭ରେ ଭାରତରେ ହେବାକୁ ଯାଉଛି ଏକ ବଡ଼ ଧାର୍ମିକ ସମାଗମ। ମହାରାଷ୍ଟ୍ରର ନାସିକ ନିକଟସ୍ଥ ତ୍ରୟମ୍ବକେଶ୍ୱରରେ ଆୟୋଜିତ ହେବ ସିଂହସ୍ଥ କୁମ୍ଭ ମେଳା ।ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶାଳ ଧାର୍ମିକ ଆୟୋଜନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ରହିଛି।ସାଧୁସନ୍ଥଙ୍କ ସମାଗମ…ପବିତ୍ର ସ୍ନାନ…ଧାର୍ମିକ ଅନୁଷ୍ଠାନ…ଆଉ ଆଧ୍ୟାତ୍ମିକ ପରିବେଶ । ଅର୍ଥାତ୍ ୨୦୨୭ କେବଳ ବୈଜ୍ଞାନିକ ଓ ରାଜନୈତିକ ଦୃଷ୍ଟିରୁ ନୁହେଁ, ଧାର୍ମିକ ଦୃଷ୍ଟିରୁ ମଧ୍ୟ ଏକ ବଡ଼ ବର୍ଷ ହେବାକୁ ଯାଉଛି।

କିନ୍ତୁ ଏହାରି ଭିତରେ ଆଉ ଏକ ଚର୍ଚ୍ଚା…ସେହି ଚର୍ଚ୍ଚା ହେଉଛି ଜ୍ୟୋତିଷ ଶାସ୍ତ୍ରକୁ ନେଇ। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ୨୦୨୭ ଜୁନ୍ ମାସରେ ଶନି ମେଷ ରାଶିରେ ପ୍ରବେଶ କରିବାର ଉଲ୍ଲେଖ ରହିଛି। ଏହି ଗ୍ରହ ଚଳନକୁ ନେଇ ବିଭିନ୍ନ ଜ୍ୟୋତିଷୀୟ ମତ ସାମ୍ନାକୁ ଆସୁଛି।