Blog
ଶିବଙ୍କ ପ୍ରିୟ ଶ୍ରାବଣ । ଶୈବପୀଠରେ ପ୍ରବଳ ଭିଡ଼
ଚାଲିଛି ପବିତ୍ର ଶ୍ରାବଣ ମାସ । ଗତ ଜୁଲାଇ 30ରୁ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। ଶିବାଳୟରେ ଭକ୍ତଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ । ସକାଳୁ ସକାଳୁ କାଉଡିଆମାନେ ଦେବ ଦେବ ମହାଦେବଙ୍କ ଉପରେ ନିକଟରେ ଜଳଲାଗି କରୁଛନ୍ତି।
ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାସ ମନ୍ଦିର ଓ କଟକର ଧବଳେଶ୍ବର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
- Trending




