Blog
ଜେଲ୍ରେ ଇମ୍ରାନଙ୍କ ମୃତ୍ୟୁ! ପାକିସ୍ତାନରେ ହଇଚଇ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ୱାଜାହତ ସଇଦ ଖାନ ଦାବି କରିଛନ୍ତି ଯେ, ଜେଲ୍ରେ ଥିବା ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଦାବିକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱାଧୀନ ସରକାରୀ ନିଶ୍ଚିତତା ମିଳିନାହିଁ ।
ସାମ୍ବାଦିକଙ୍କ ଏହି ଦାବି ପରେ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି । ଦଳ କହିଛି, ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଜନକ ଖବର ଦେଶରେ ଆତଙ୍କ ସୃଷ୍ଟି କରୁଛି । ସରକାର ତୁରନ୍ତ ଇମ୍ରାନଙ୍କ ପରିବାର, ବ୍ୟକ୍ତିଗତ ଡାକ୍ତର, ଆଇନଜୀବୀ ଏବଂ ଦଳୀୟ ନେତାଙ୍କୁ ତାଙ୍କ ସହ ଭେଟିବାର ସୁଯୋଗ ଦେବାକୁ ପିଟିଆଇ ଦାବି କରିଛି ।
ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ, ଇମ୍ରାନଙ୍କ ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏବଂ ବ୍ୟକ୍ତିଗତ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯିବା ଆବଶ୍ୟକ। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସରକାର ସ୍ପଷ୍ଟ ସୂଚନା ଦେବା ଉଚିତ ବୋଲି ପିଟିଆଇ କହିଛି ।
ଇମ୍ରାନ ଖାନ ବର୍ତ୍ତମାନ ଆଡିଆଲା ଜେଲ୍ରେ ଅଛନ୍ତି । ୧୯୦ ମିଲିୟନ ପାଉଣ୍ଡ ଦୁର୍ନୀତି ମାମଲାରେ ସେ ଦଣ୍ଡ ଭୋଗୁଥିବା ବେଳେ ୨୦୨୩ ମସିହା ମେ’ ୯ ହିଂସା ଘଟଣା ସହ ଜଡିତ ମାମଲାରେ ମଧ୍ୟ ବିଚାରର ସମ୍ମୁଖୀନ ହେଉଛନ୍ତି । ତେବେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ହୋଇଥିବା ଦାବିର ସତ୍ୟତା ସରକାରୀ ଭାବେ ସ୍ପଷ୍ଟ ହେବା ପରେ ହିଁ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ।
- Trending




