GEN Zଙ୍କୁ ରବି କିଶନଙ୍କ ସଲାମ ! ଭାଇରାଲ୍ ହେଲା ରବି କିଶନଙ୍କ ଡାଏଲଗ୍ !

‘ଜଲ୍ଦି ଦ ଲେଟ୍’ରୁ ‘ମନି ଫଲୋଜ୍ ମାଇ ବ୍ରଦର’…ଭାଇରାଲ୍ ହେଲା ରବି କିଶନଙ୍କ ଡାଏଲଗ୍ !Gen Zଙ୍କୁ ଧନ୍ୟବାଦ ଦେଲେ ଭୋଜପୁରୀ ସୁପରଷ୍ଟାର୍ ତଥା ସାଂସଦ ରବି କିଶନ୍ !
ସୋସିଆଲ୍ ମିଡିଆରେ ଏବେ ରବି କିଶନଙ୍କ କିଛି ଭିଡିଓ କ୍ଲିପ୍ ଜୋରଦାର ଭାବେ ଭାଇରାଲ୍ ହେଉଛି। ତାଙ୍କ କଥା କହିବାର ଶୈଳୀ, ଡାଏଲଗ୍ ଏବଂ ଅନ୍ଦାଜକୁ ନେଇ Gen Zଙ୍କ ମଧ୍ୟରେ ଚାଲିଛି ମିମ୍ ଓ ଟ୍ରେଣ୍ଡ୍।

ନିକଟରେ ରବି କିଶନଙ୍କ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତାଙ୍କର ‘ଜଲ୍ଦି ଦ ଲେଟ୍’ ଏବଂ ‘ମନି ଫଲୋଜ୍ ମାଇ ବ୍ରଦର’ ଭଳି କଥାକୁ ନେଇ ମିମ୍ ଓ ରିଲ୍ସ ତିଆରି କରିଥିଲେ ଯୁବପିଢ଼ି।ଏପରିକି ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ କଥା ହେବା ବେଳେ ତାଙ୍କର ‘ମୌନ ବ୍ରତ’ ଘୋଷଣା ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ହୋଇଥିଲା। ତେବେ ଏସବୁକୁ ନେଇ ରବି କିଶନଙ୍କ ମନରେ ନାହିଁ କୌଣସି ଅସନ୍ତୋଷ। ବରଂ Gen Zଙ୍କ ସୃଜନଶୀଳତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରବି କିଶନ୍।

ସେ କହିଛନ୍ତି, ମୌନ ବ୍ରତ ସମୟରେ Gen Z ତାଙ୍କୁ ଏତେ ଚୁପ୍ କରିଦେଲେ ଯେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। Gen Zଙ୍କ ଭଲପାଇବା ଏବଂ ସୃଜନଶୀଳତାକୁ ସେ ଐତିହାସିକ ବୋଲି କହିଛନ୍ତି।ଆଉ ମଧ୍ୟ କହିଛନ୍ତି ଯେ ସେ ସମସ୍ତ Gen Zଙ୍କୁ ନିମନ୍ତ୍ରଣ କରୁଛନ୍ତି ଏବଂ ସେମାନଙ୍କ ମସ୍ତିଷ୍କ ଓ ସୃଜନଶୀଳତାକୁ ସଲାମ କରୁଛନ୍ତି। Gen Z ତାଙ୍କ ଷ୍ଟାଇଲ୍, କଥା କହିବାର ଢଙ୍ଗ, ନାଁ ଏବଂ ଏପରିକି ତାଙ୍କ ଲୋକପ୍ରିୟତାକୁ ମଧ୍ୟ ସୋସିଆଲ୍ ମିଡିଆରେ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି। ଏହି ଭାଇରାଲ୍ ଟ୍ରେଣ୍ଡ୍ ଦିନକୁ ଦିନ ବଢ଼ୁଛି ବୋଲି ମଧ୍ୟ ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ମଧ୍ୟ ଏକ ବଡ଼ କଥା କହିଛନ୍ତି ରବି କିଶନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍‌ଷ୍ଟାଗ୍ରାମରେ Gen Zଙ୍କ କଥା ଶୁଣନ୍ତି ଏବଂ ଯୁବପିଢ଼ିର ମତାମତକୁ ଗୁରୁତ୍ୱ ଦିଅନ୍ତି।ତେଣୁ ରବି କିଶନଙ୍କ ଏହି ବୟାନ ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆହୁରି ବଢ଼ିଛି।ଅଭିନୟରୁ ରାଜନୀତି… ଆଉ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ଡାଏଲଗ୍‌କୁ ନେଇ ଚର୍ଚ୍ଚାରେ ରବି କିଶନ୍।Gen Zଙ୍କ ମିମ୍ ଓ କ୍ରିଏଟିଭିଟିକୁ ନେଇ ରବି କିଶନଙ୍କ ଏହି ପଜିଟିଭ୍ ରିଆକ୍ସନ୍ ଏବେ ଚର୍ଚ୍ଚାରେ ଏପଟେ କାମ କଥା କହିଲେ, ଆଗାମୀ ଦିନରେ ରବି କିଶନଙ୍କୁ ‘Mirzapur’ ସହ ଜଡ଼ିତ ପରବର୍ତ୍ତୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ।