Blog
ଘୋଷଣା ହେଲା ନିତିନ ନବୀନଙ୍କ ନୂଆ ଟିମ୍
ଘୋଷଣା ହେଲା ନିତିନ ନବୀନଙ୍କ ନୂଆ ଟିମ୍। ବିଜେପି ରାଷ୍ଟ୍ରୀ ସାଂଗଠନିକ କର୍ମକର୍ତ୍ତା ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କାଶ୍ମୀରରେ ଦଳର ପୋଷ୍ଟର ବୟ ତଥା ପୂର୍ବତନ ଜାତୀୟ ମହାସଚିବ ରାମମାଧବ ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି । ସେହିପରି ମହାସଚିବ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।
୧୩ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ମଧ୍ୟରେ ରହିଛନ୍ତି, ତୀରଥ ସିଂହ ରାୱତ, ବୈଜୟନ୍ତ ପଣ୍ଡା, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ଭର୍ସାବେନ ନରେନ୍ଦ୍ରଭାଇ, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ଏମ୍. ନାଗରାଜ, ତାରିକ ମନସୁର ଓ ମଧୁଚନ୍ଦ୍ର କର । ସ୍ମୃତି ଇରାନୀଙ୍କ ସହ ୮ ଜଣଙ୍କୁ ଜାତୀୟ ମହାସଚିବ ଭାବେ ଦାୟିତ୍ବ ମିଳିଛି । ତାଲିକାରେ ଅଛନ୍ତି, ବିନୋଦ ତାୱଡେ, ସୁନୀଲ ବଂଶଲ, ବିପ୍ଲବ କୁମାର ଦେବ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଏବଂ ସଞ୍ଜୟ ଭାଟିଆ।
ବିଜେପିର ସାଂଗଠନିକ ମହାସଚିବ ଭାବେ ବି.ଏଲ୍. ସନ୍ତୋଷ ନିଜ ପଦରେ କାର୍ଯ୍ୟ ଜାରି ରହିବେ। ଅନ୍ୟପକ୍ଷରେ ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ମହାସଚିବ (ସଂଗଠନ) ଦାୟିତ୍ୱ ଦିଆଯାଇଛି। ପୀୟୂଷ ଗୋୟଲ ହୋଇଛନ୍ତି ଜାତୀୟ କୋଷାଧ୍ୟକ୍ଷ । ରାଜେଶ ମଙ୍ଗଳଙ୍କୁ ଜାତୀୟ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି। ଦଳର ବିଭିନ୍ନ ସାଂଗଠନିକ ଓ ଜନସମ୍ପର୍କ ବିଭାଗରେ ମଧ୍ୟ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବାଞ୍ଚଳର ସଂଯୋଜକ ଏବଂ ତରୁଣ ଚୁଘଙ୍କୁ କେନ୍ଦ୍ରୀୟ କାର୍ଯ୍ୟାଳୟ ଇନ୍-ଚାର୍ଜ ଭାବେ ନିଯୁକ୍ତ କରାଯାଇଛି।
- Trending




