୫ ରାଶିଙ୍କ ଭାଗ୍ୟ ଚମକିବ! ଧନ, ଚାକିରି ଓ ସଫଳତାର ବର୍ଷା

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରେ ଅଗଷ୍ଟ ମାସର ଶେଷ ସପ୍ତାହ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ଅଗଷ୍ଟ ୨୪ ରୁ ୩୦ ତାରିଖ ମଧ୍ୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଓ କେତୁଙ୍କର ଏକ ବିଶେଷ ସଂଯୋଗ ଦେଖିବାକୁ ମିଳିବ । ଏହି ସମୟରେ ସୂର୍ଯ୍ୟ ଓ ବୁଧଙ୍କ ମିଳନରୁ ‘ବୁଦ୍ଧାଦିତ୍ୟ ଯୋଗ’ ମଧ୍ୟ ସୃଷ୍ଟି ହେଉଛି। ବୁଧ ବୁଦ୍ଧି ଓ ବାଣୀର କାରକ ହୋଇଥିବା ବେଳେ ସୂର୍ଯ୍ୟ ହେଉଛନ୍ତି ଆତ୍ମବିଶ୍ୱାସ ଓ ନେତୃତ୍ୱର ପ୍ରତୀକ। ତେଣୁ ଏହି ଗ୍ରହ ସଂଯୋଗ ଦ୍ୱାରା ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ। ଏହି ଗ୍ରହମାନଙ୍କର ସ୍ଥିତି ଏବଂ ପରିବର୍ତ୍ତନ ହେତୁ ସମସ୍ତ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିବ ମାତ୍ର ୫ଟି ରାଶିର ଜାତକଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ ପ୍ରମାଣିତ ରହିବ । ତେବେ କେଉଁ କେଉଁ ରାଶି ପାଇଁ ଏହି ସମୟ ଭଲ ରହିବ ଆସନ୍ତୁ ଦେଖିବା ।

ବୃଷ :

ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ । ଚାକିରିରେ ନୂଆ ଦାୟିତ୍ବ ମିଳିବା ସହ ପ୍ରମୋସନ୍ ମଧ୍ୟ ମିଳିପାରେ । ଅଫିସ୍ ତରଫରୁ ବିଦେଶଯାତ୍ରା କରିପାରନ୍ତି । ସ୍ବାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ ।

କନ୍ୟା :

ଏହି ସପ୍ତାହଟି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁ ଦିନରୁ ଚାଲିଆସୁଥିବା ଆଇନଗତ ବିବାଦରୁ ମୁକ୍ତି ମିଳିବାର ସମୟ ରହିବ । ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବା ସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ କରିପାରନ୍ତି ।

ବିଛା :
ବିଛା ରାଶିର ବ୍ୟକ୍ତିବିଶେଷଙ୍କ ଅଟକି ରହିଥିବା କାର୍ଯ୍ୟ ଦ୍ରୁତ ଗତିରେ ଆଗେଇବ ଏବଂ ବ୍ୟବସାୟିକ ଯାତ୍ରା ଲାଭଦାୟକ ହେବ । ବ୍ୟବସାୟରେ ନୂତନ ଚୁକ୍ତି କିମ୍ବା ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ରହିଛି । ସ୍ତ୍ରୀଙ୍କ ଇଚ୍ଛା ପୂରଣ କରନ୍ତୁ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ।

ମକର :
ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଆର୍ଥିକ ରୂପରେ ଭଲ ରହିବ । ଜମିଜମା କିମ୍ବା ପ୍ରପର୍ଟିରେ ପୂର୍ବରୁ କରାଯାଇଥିବା ନିବେଶରୁ ବଡ଼ ଧରଣର ଆର୍ଥିକ ଲାଭ ମିଳିବ। କାର୍ଯ୍ୟାଳୟରେ ପ୍ରଶଂସାର ପାତ୍ର ହୋଇପାରନ୍ତି ।

କୁମ୍ଭ :
କୁମ୍ଭ ରାଶିର ଜାତକଙ୍କ ପାଇଁ ଆୟର ନୂଆ ନୂଆ ପନ୍ଥା ଫିଟିବା ସହ କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବାର ସୁଯୋଗ ମିଳିବ । ପରିବାରରେ ସୁଖ-ଶାନ୍ତି ବଜାୟ ରହିବା ସହ ପୁରୁଣା ନିବେଶରୁ ମଧ୍ୟ ଭଲ ରିଟର୍ଣ୍ଣ ମିଳିବାର ଆଶା କରାଯାଉଛି।