୨ ଲକ୍ଷ ଟପିବ ସୁନାଦର!

ଲଗାତର ହ୍ରାସ ଓ ବୃଦ୍ଧି ଭିତରେ ପୁଣି ଥରେ ଲଙ୍ଗଜମ୍ପ ମାରିଛି ସୁନାଦର। ଉଭୟ ୨୨-୨୪ ଓ ୧୮ କ୍ୟାରେଟ୍ ସୁନା ଦର ଅହେତୁକ ବୃଦ୍ଧି ପାଇଛି। ବିବାହ ଋତୁ ନଥିଲେ ମଧ୍ୟ ସୁନାଦର ଏବେ ଆକାଶ ଛୁଆଁ ହୋଇଛି। ସବୁ ରେକର୍ଡ ଭାଙ୍ଗିଲା ସୁନାଦର! ୨ ଲକ୍ଷ ମୁହାଁ ୨୪ କ୍ୟାରେଟ୍ ସୁନାଦର। ଦେଢ଼ ଲକ୍ଷ ବି ଟପି ସାରିଛି ୨୨ କ୍ୟାରେଟ୍ ଗୋଲ୍ଡ।ଏକାଥରେ ସୁନାଦର ବଢ଼ି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଲକ୍ଷେ ୬୦ ହଜାର ପାର୍ କରିଥିବା ବେଳେ ୨୨, ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦେଢ଼ ଲକ୍ଷ ଟଙ୍କା ଅତିକ୍ରମ କରିଛି। ତେବେ କେତେ ରହିଛି ଆଜିର ସୁନାଦର।

ଗତକାଲି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଲକ୍ଷେ ୬୩ ହଜାର ୭୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପ୍ରତି ରହିଛି ଲକ୍ଷେ ୫୦ ହଜାର ୧୦୦ ଟଙ୍କା। ୧୮ କ୍ୟାରେଟ୍ ସୁନା ଭରି ମଧ୍ୟ ବେଶ୍ ବଢ଼ିଛି। ଆଜି ୧୮ କ୍ୟାରେଟ୍ ସୁନାଦର ଲକ୍ଷେ ୨୦ ହଜାର ଟଙ୍କା ଟପିଛି। ବର୍ତ୍ତମାନ ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଲକ୍ଷେ ୨୨ ହଜାର ୮୧୦ ଟଙ୍କା। ସୁନା ଦର ଅହେତକୁ ବୃଦ୍ଧି ଯୋଗୁ ଗ୍ରାହକ ଏବେ ସୁନା ବଜାରରୁ ମୁହଁ ଫେରାଉଛନ୍ତି। ୨୨ କ୍ୟାରେଟ୍ ୧ଦଳରେ ୧୮ କ୍ୟାରେଟ୍ କିଣୁଥିବା ଦେଖିବାକୁ ମଳୁଛି। ହେଲେ ତଥାପି ୧୮ କ୍ୟାରେଟ୍ ସୁନା ମଧ୍ୟ ଲକ୍ଷେ ଟପି ଲକ୍ଷେ ୨୨ ହଜାର ଛୁଇଁଲାଣି। ତେଣୁ ଗରିବ ଗ୍ରାହକଟିଏ ନିଜ ଝିଅ ବିବାହ ପାଇଁ ସୁନା କିଣାକୁ ନେଇ ବେଶ୍ ଚିନ୍ତାରେ ରହିଛି।

ଅନ୍ୟପଟେ ସୁନା ପରି ରୁପା ଦର ମଧ୍ୟ ବେଶ୍ ଚମକୁଛି। ସୁନାଦର ପରି ହୁ ହୁ ବଢୁଛି ରୁପା ଦର। ବେଶ୍ କିଛି ଦିନ ହେବ ୨ ଲକ୍ଷ ୫୦ ହଜାର ଭିତରେ ସୀମିତ ରହୁଥିବା ରୁପା ଏବେ ୩ ଲକ୍ଷ ମୁହାଁ ହେଲାଣି। ଲାଗାତର ରୁପା ଗ୍ରାଫ୍ ବି ଉପର ତଳ ମୁହାଁ ହେବା ପରେ ଏବେ ରୁପା କେଜି ୨ ଲକ୍ଷ ୬୫ ହଜାର ଟଙ୍କା ହୋଇଛି। ତେଣୁ ରୁପାକୁ ନେଇ ମଧ୍ୟ ଟେନସନ୍। ମଧ୍ୟବିତ୍ତ ଗରିବଙ୍କୁ ସୁନା ରୁପା ଦର ଦହଗଞ୍ଜ କରୁଛି। ଗରିବ ବାପାଟିଏ ଝିଅ ବିବାହ ପାଇଁ ଚିଦନ୍ତାରେ ରହୁଛି। ତେଣୁ ଆଗକୁ ସୁନା-ରୁପା ଦର ହ୍ରାସ ହେବା ନିହାତି ଆବଶ୍ୟକ ରହିଛି।