ରବିବାର ବ୍ୟାଙ୍କ ଖୋଲା

ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦେବା ଦାବି କରାଯାଉଛି। ଏହି ଦାବିକୁ ନେଇ ଆସନ୍ତା ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ଡାକରା ଦିଆଯାଇଛି।
ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଧର୍ମଘଟ ପୂର୍ବରୁ ଗ୍ରାହକମାନେ ଯେପରି ନିଜର ଜରୁରୀ ବ୍ୟାଙ୍କିଂ କାର୍ଯ୍ୟ ସାରିପାରିବେ, ସେଥିପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରଖାଯାଉଛି।ଏହା ଫଳରେ ଗ୍ରାହକମାନେ ଟଙ୍କା ଜମା, ଉଠାଣ, ଚେକ୍ ସମ୍ବନ୍ଧୀୟ କାମ ସମେତ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ଆଗୁଆ ସାରିନେଇପାରିବେ।

ତେବେ ୨୮ ତାରିଖରୁ ପ୍ରସ୍ତାବିତ ଧର୍ମଘଟ ଯୋଗୁଁ ଲଗାତାର ତିନି ଦିନ ବ୍ୟାଙ୍କ ଶାଖାରେ ସାଧାରଣ କାରବାର ପ୍ରଭାବିତ ହୋଇପାରେ। ତେଣୁ ଗ୍ରାହକମାନଙ୍କୁ ନିଜର ଜରୁରୀ ବ୍ୟାଙ୍କିଂ କାମ ଆଗୁଆ ସାରିନେବାକୁ ପରାମର୍ଶ ଦିଆଯାଇଛି।ତେଣୁ ଧର୍ମଘଟ ସମୟରେ ଅସୁବିଧା ଏଡ଼ାଇବା ପାଇଁ ଜରୁରୀ ବ୍ୟାଙ୍କିଂ କାର୍ଯ୍ୟଗୁଡ଼ିକୁ ସମ୍ଭବ ହେଲେ ୨୭ ତାରିଖ ପୂର୍ବରୁ କିମ୍ବା ସେହି ଦିନ ସାରିନେବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି।