Blog
ମହିଳାଙ୍କୁ ମିଳିବ ସୁନା : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ମହିଳାଙ୍କୁ ମିଳିବ ସୁନା । ବଡ଼ ଘୋଷଣା କଲେ ବିଜୟ ସରକାର। ୨୦୨୬-୨୭ ବଜେଟରେ ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି। ସରକାର ମହିଳାଙ୍କ ପାଇଁ ୮ ଗ୍ରାମର ସୁନା ମୁଦ୍ରା ଏବଂ ରେଶମ ଶାଢ଼ି ଯୋଜନାରେ ୮୧୨ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି। ଏହାକୁ ଝିଅ ବିବାହ ସମୟରେ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ତାଙ୍କ ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଉପହାର ଦେବାକୁ ଘୋଷଣା କରିଥିଲେ।
ଏବେ ବଜେଟରେ ଏନେଇ ଘୋଷଣା କରାଯାଇଛି। ସରକାର ଦୁଇଟି ସ୍ୱର୍ଣ୍ଣ ସହାୟତା ଯୋଜନା ପାଇଁ ୧୩୦୦ କୋଟିରୁ ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି।ସେହିପରି ନବଜାତ ଶିଶୁଙ୍କ ପାଇଁ ‘ସୁନା ମୁଦି’ ଯୋଜନା ପରେ ବିବାହ ପାଇଁ ସରକାରଙ୍କ ଆଉ ଏକ ବଡ଼ ଉପହାର ଦେବେ। ମହିଳା ସଶକ୍ତୀକରଣ ଏବଂ ଗରିବ ପରିବାରକୁ ବିବାହ ଖର୍ଚ୍ଚରୁ ମୁକ୍ତି ଦେବାକୁ ବଡ଼ ପଦକ୍ଷେପ।
ତାମିଲନାଡୁ ସରକାର ନିଜ ବଜେଟ୍ରେ ରାଜ୍ୟର ମହିଳା ତଥା ଗରିବ ପରିବାରଗୁଡ଼ିକ ପାଇଁ ଏକ ବଡ଼ ଉପହାରର ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନା କରି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଯୋଗ୍ୟ ମହିଳା ହିତାଧିକାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଗୋଲ୍ଡ କଏନ୍ ଏବଂ ସିଲ୍କ ଶାଢ଼ୀ ଯୋଜନା’ ଆରମ୍ଭ କରାଯାଉଛି ।
- Trending




